Madachandia O Anyamane - Mishra Rozalini
ପୁସ୍ତକ 'ମଡ଼ାଚଣ୍ଡିଆ ଓ ଅନ୍ୟମାନେ'ରେ ସ୍ଥାନିତ ହୋଇଛି ବାଇଶିଟି ଗଳ୍ପ । ଏଥିରେ ଅଧିକାଂଶ ଗଳ୍ପର ଚରିତ୍ରଗୁଡ଼ିକ ବିଲୁପ୍ତ ପ୍ରାୟ । ଗାଁ ଗହଳି ମାନଙ୍କରେ ଏବେ କ୍ୱଚିତ୍ ଆସୁଛନ୍ତି ଆଖି ସାମ୍ନାକୁ । ଏବେ ଦେଖିବାକୁ ମିଳୁନାହାନ୍ତି ହୁଏତ ଆଉ କିଛିବର୍ଷ ପରେ ଶୁଣିବାକୁ ବି ମିଳିବେନି । 'ମଡ଼ାଚଣ୍ଡିଆ', 'ସାହାଡ଼ାସୁନ୍ଦରୀ', 'ଜାନୁଘଣ୍ଟ', 'ବାଳିକାବଧୂ' ପରି ଏମିତି ଆହୁରି କିଛି ଚରିତ୍ର ବି ଏଥିରେ ସ୍ଥାନିତ, ଯେଉଁମାନେ କି ଆଜିର ପିଢ଼ି ପାଖରେ ସମ୍ପୂର୍ଣ୍ଣ ଅପରିଚିତ କହିଲେ ଚଳେ । ଯେଉଁସବୁ ଶବ୍ଦ ବା ଚରିତ୍ରମାନଙ୍କୁ ପିଲାଦିନରୁ ଶୁଣି ଶୁଣି ମୁଁ ମୋ ଅବଚେତନ ମନ ଭିତରେ ସାଇତି ରଖିଥିଲି ଆଜିଯାଏ, ସେ ସବୁ ଶବ୍ଦ ଆଉ ଚରିତ୍ରମାନେ ଆଜିକାଲିର ପିଲାମାନଙ୍କ ପାଇଁ ଅଭିଧାନ ବହିର୍ଭୁତ । ମୁଁ ଖୁବ୍ ଛୋଟବେଳୁ ମୋ ଜେଜେମା\' ପାଖରୁ ଅନେକବାର ଶୁଣିଛି ସାହାଡ଼ାସୁନ୍ଦରୀ କଥା, କଲୁରୀବେଣ୍ଟ କଥା, କଲରେଇ ଫୁଲ କଥା ପରି ଅନେକ ଗପ । ଆଜିକାଲିର ଛୁଆ ଏମାନଙ୍କୁ କେତେ ଚିହ୍ନନ୍ତି!
ମୋ ପିଲା ମନରେ ସେତେବେଳେ ଖୁବ୍ ପ୍ରଭାବ ପକେଇଥିବା ଆଉ ଛାପିହୋଇ ରହି ଯାଇଥିବା ଚରିତ୍ରମାନଙ୍କୁ ମୁଁ କେବଳ ସାଇତି ରଖିବାକୁ ଚାହିଁଛି ମୋ ଲେଖା ମାଧ୍ୟମରେ ଏହି ସଙ୍କଳନରେ ସ୍ଥାନିତ କରି । ମୋ ଜୀବନର ଅପରାହ୍ନରେ, କାଳର କରାଳ ଗତି ଭିତରେ ହୁଏତ ଏମାନେ ଆଉ ଆଦୌ ନ ଥାଇ ପାରନ୍ତି । କିନ୍ତୁ ସେତେବେଳେ ଯେବେବି ମୁଁ ମୋର ଏହି ବହିକୁ ପଢ଼ିବି, ନିଶ୍ଚୟ ମନେପଡ଼ିବ ମୋର ମୋ ପିଲାଦିନ । ଯଦି କେବେ ମୋର ଉତ୍ତରପିଢ଼ି ଏହି ବହିକୁ ପଢନ୍ତି ତେବେ ନିଶ୍ଚୟ ତାଙ୍କ ମନ ଆନ୍ଦୋଳିତ ହେବ ଯେ, "ଏମିତି ଚରିତ୍ରମାନେ ବି ଏ ସମାଜରେ ଥିଲେ ସତରେ!" --ରୋଜାଲିନି ମିଶ୍ର
EAN: 9781645605904