Samudra Manisha - Prusty Bhima
ଭୀମ ପୃଷ୍ଟିଙ୍କ 'ସମୁଦ୍ର ମଣିଷ' ବହିଟିକୁ ନପଢ଼ିଲେ, ଆପଣ ଜାଣିପାରିବେନି ସମସାମୟିକ ଓଡ଼ିଆ ସାହିତ୍ୟର ବାସ୍ତବ ରୂପରେଖଟି କ\'ଣ? ଜାଣିପାରିବେନି, ଉପନ୍ୟାସ ରଚନାରେ ପ୍ରାମାଣିକ ତଥ୍ୟ ଓ କଳ୍ପନାର ସମନ୍ୱୟ କିପରି ତାହାର ଶୈଳୀ ଓ ଭାବବସ୍ତୁ ନିର୍ମାଣରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି? ସମୁଦ୍ର ମଣିଷ ହେଉଛି, ସମୁଦ୍ର ଗ୍ରାସ କରିଛି ଯେଉଁ ମଣିଷମାନଙ୍କୁ, ସେଇମାନଙ୍କର ଅନ୍ତରାତ୍ମାର କୋହ, ନିଃସଙ୍ଗ ବିଳାପ, ଛିନ୍ନ ମୂଳ ହୋଇଯିବାର ଯନ୍ତ୍ରଣାକାତର, ମର୍ମଭେଦୀ ଜୀବନ ଆଲେଖ୍ୟ । ଯେପରି ଜଳବାୟୁର ବିପର୍ଯ୍ୟୟରେ ଅସହାୟ ମଣିଷର ବୁକୁଫଟା କାନ୍ଦ । ଯେପରି ବିଜ୍ଞାନ ସମୃଦ୍ଧ ଶୋଷଣମୁଖୀ ଆଧୁନିକ ସଭ୍ୟତା ଉପରେ ପ୍ରକୃତିର ପ୍ରତିଶୋଧ ।
- ମନୁଆ ଦାସ, ବରିଷ୍ଠ କବି
ଅସହାୟ ଏକ ମାନୁଷ୍ୟିକ ଅବସ୍ଥିତି ଓ ଧୀର ନିରନ୍ତର ଏକ ସାମୁଦ୍ରିକ ଆକ୍ରୋଶର କାହାଣୀ ଭିତରେ ଗଢ଼ା ହେଇଛି ଭୀମ ପୃଷ୍ଟିଙ୍କ 'ସମୁଦ୍ର ମଣିଷ' । ଏ ଉପନ୍ୟାସ ମଣିଷର ଶ୍ରେଷ୍ଠତ୍ୱର ଅହଂକାର, ପ୍ରକୃତିର ରଣହୁଂକାରରେ କେଡ଼େ ଅସହାୟ ତାକୁ ପ୍ରତିପାଦିତ କରିଛି । ଲୁଣାପାଣିର ଲବଣୋକ୍ତ ପବନ କୌଣସି ଗ୍ରାମୀଣ ଜୀବନକୁ କେମିତି ନିଷ୍କ୍ରିୟ, ଅସହାୟ କରିଦେଇପାରେ ପରି ବ୍ୟଞ୍ଜନା-ଗଭୀର ଉପସ୍ଥାପନ ଏ ଉପନ୍ୟାସର ଚମତ୍କାରିତା ।
- କଇଳାଶ ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ
'ସମୁଦ୍ର ମଣିଷ\'ରେ ପ୍ରକୃତି ଓ ପ୍ରଳୟର ଅସାଧାରଣ ପରିଚର୍ଚ୍ଚା ସହିତ ମଣିଷର ଅନ୍ତହୀନ ଜିଜୀବିଷା ଦେଖିବାକୁ ମିଳେ । ଅସାମାନ୍ୟ ନେରେଟିଭ ଓ ଅସାଧାରଣ ସଂରଚନା ଉପନ୍ୟାସଟିକୁ କାଳୋତୀର୍ଣ୍ଣ କରିପାରିଛି । ବିପର୍ଯ୍ୟୟ ଓ ବିସ୍ଥାପନର ଏ ମହାଗାଥା ମାନବ ସଭ୍ୟତାର ନୂଆ ଇତିହାସ ଲେଖିସାରିଛି ।
- ସତ୍ୟପ୍ରିୟ ମହାଳିକ, ବରିଷ୍ଠ ସାହିତ୍ୟିକ
EAN: 9781645605614