Jibana Pare Jibana - Pattanaik Chittaranjan
ମଣିଷ ଯେପରି ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆବସ୍ତ୍ର ଧାରଣ କରିଥାଏ, ଠିକ୍ ସେହିପରି ଜୀବାତ୍ମା ପୁରୁଣା ଶରୀରକୁ ତ୍ୟାଗ କରି ନୂତନ ଶରୀର ଗ୍ରହଣ କରିଥାଏ । ଆତ୍ମା ମୋକ୍ଷ ପ୍ରାପ୍ତି ନହେବା ପର୍ଯ୍ୟନ୍ତ ଏହିପରି ବିଭିନ୍ନ ଶରୀର ଧାରଣ କରୁଥିବ । ଆମ ଧର୍ମଶାସ୍ତ୍ରରେ 'ଆତ୍ମା' ବା ବ୍ରହ୍ମ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ । ଆମେ ବିଶ୍ୱାସ କରୁଥାଉ। ମାତ୍ର ଅନେକ ଏ କଥାରେ ଏକମତ ହୋଇନପାରନ୍ତି । ଆତ୍ମା-ଜୀବନ-ମୃତ୍ୟୁ-ଜୀବନ-ଏସବୁ ବିଶ୍ୱାସ-ଅବିଶ୍ୱାସର କଥା । ଏହାକୁ ପରୀକ୍ଷାଗାରରେ ପରୀକ୍ଷା କରାଇ ଆମେ ଶେଷ ସିଦ୍ଧାନ୍ତରେ ଉପନୀତ ହୋଇ ପାରିବା ନାହିଁ । ଶେଷରେ ଐ. ଔବମଳଗ୍ଦକ୍ଟଦ୍ଭ ଏକ୍ସକ୍ଟଙ୍ଗଦ୍ଭଙ୍କ ମତକୁ ଉଦ୍ଧାର କରିଛନ୍ତି ଲେଖକ- 'ଆଜି ପର୍ଯ୍ୟନ୍ତ ଏ ମନୁଷ୍ୟ ଯେତେ ଜ୍ଞାନ ଆହରଣ କରିଛି ତାହା ସାଗରର ବିଶାଳ ବେଳାଭୂମିରୁ ଗୋଟେ ମାତ୍ର ବାଲୁକା କଣିକା ଠାରୁ ଅଧିକ ନୁହେଁ ।' ଲେଖକଙ୍କ ମତ ମଧ୍ୟ ତାହା ଯେ, ଏସବୁ ବାଦ-ବିସମ୍ବାଦ-ଦ୍ୱନ୍ଦ୍ୱ-ଭିତରକୁ ନଯାଇ ବିଶ୍ୱାସ କଲେ ତାହା ଠିକ୍ ହେବ । ଯୁଗ ଯୁଗରୁ ଏ ଅନ୍ୱେଷଣ ପ୍ରବୃତ୍ତି ଜାରି ରହିଛି । ପ୍ରଥମରୁ ଯାହା କହିଲି ମଣିଷର ମନ ଅସରନ୍ତି ଭାବନାରେ ଉବୁଟୁବୁ ହେଉଥାଏ, ସେ ଏକ ଅଜବ ସୃଷ୍ଟି ଏ ପୃଥିବୀରେ । ଯଦି ବିଶ୍ୱାସ କରିବା ମୃତ୍ୟୁପରେ ଜୀବନ ଅଛି ତାହା ବିଶ୍ୱାସ ଉପରେ ନିର୍ଭର କରେ । ବିଶ୍ୱାସ-ଅବିଶ୍ୱାସ, ମଣିଷର ମାନସିକତା ଉପରେ ନିର୍ଭର କରେ । ତଥାପି ଶ୍ରୀଯୁକ୍ତ ଚିତ୍ତରଂଜନ ପଟ୍ଟନାୟକ ଏଭଳି ଅନୁସନ୍ଧିତ୍ସୁ ମନୋବୃତ୍ତି ନେଇ 'ଜୀବନ ପରେ ଜୀବନ' ପୁସ୍ତକଟିକୁ ରଚନା କରି ପାଠକ ମାନଙ୍କୁ ଉପହାର ଦେବାକୁ ଚେଷ୍ଟା କରିଛନ୍ତି - ତାଙ୍କର ଏ ପ୍ରବୃତ୍ତି ଜାରି ରହୁ । । ପୁସ୍ତକଟିର ସର୍ବ ସଫଳତା କାମନା କରୁଛି ।
-- ଡକ୍ଟର ବିରଂଚି କୁମାର ସାହୁ, ଅଧ୍ୟାପକ ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅଡ଼ଶପୁର, କଟକ
EAN: 9781645606772