Mun Bi Maobadi - Mohanty Apurba Kumar
ମାଓବାଦୀ କହିଲେ ଆମ ମନରେ ଡର ଆସେ । ସାଧାରଣ ଲୋକ, ସରକାରୀ ବାବୁ, ପୋଲିସ, ନେତା, ଠିକାଦାର ସମସ୍ତେ ଡରନ୍ତି । ସେମାନେ କୁଆଡ଼େ ନିର୍ବାଚିତ ସରକାରରେ ବିଶ୍ୱାସ କରନ୍ତିନି । ସମାନ୍ତରାଳ ବ୍ୟବସ୍ଥା ଓ କାନୁନ ତିଆରି କରନ୍ତି । ସେମାନଙ୍କ ନଜରରେ ଯିଏ ଅପରାଧୀ ସାବ୍ୟସ୍ତ ହୁଏ, ତାକୁ ଧରିଆଣି ପ୍ରଜାକୋର୍ଟରେ ହାଜର କରନ୍ତି । ପ୍ରଜାକୋର୍ଟ କହିଲେ ଗାଁ ଲୋକଙ୍କ ଉପସ୍ଥିତିରେ ବିଚାର ଚାଲେ । ଆଉ ସ୍ଥାନୀୟ ମାଓବାଦୀ ନେତାଙ୍କ ନିର୍ଦ୍ଦେଶରେ ଦଣ୍ଡ ଦିଆଯାଏ । ଅନେକ ସରକାରୀ କର୍ମଚାରୀ, ଅସାଧୁ ଅଧିକାରୀ, ଲୋଭୀ ଠିକାଦାର, ପୋଲିସ ଇନଫର୍ମରଙ୍କୁ ସେମାନେ ମୃତ୍ୟୁଦଣ୍ଡ ଦେଇଛନ୍ତି, ଯାହାର ହିସାବ ନାହିଁ । ମାଓବାଦୀଙ୍କ କଥା ଆସିଲେ ମୋ ମନକୁ ବିଶିଷ୍ଟ କଥାକାର ଭଗବତୀ ଚରଣ ପାଣିଗ୍ରାହୀଙ୍କ 'ଶିକାର' ଗଳ୍ପ ଦୃଶ୍ୟମାନ ହୁଏ । କେମିତି ଝିଅବୋହୂଙ୍କ ଇଜ୍ଜତ ସହ ଖେଳ ଖେଳୁଥିବା ସର୍ଦ୍ଦାରର କଟାମୁଣ୍ଡ ଧରି ଘିନୁଆ ଥାନାକୁ ଯାଏ । ସେତେବେଳଠୁ ଏବେ ପର୍ଯ୍ୟନ୍ତ ଆମ ସମାଜରେ ସର୍ଦ୍ଦାରମାନେ ଅଛନ୍ତି ଏବଂ ସେମାନଙ୍କୁ ଆମ ସାମାଜିକ ବ୍ୟବସ୍ଥା ଓ ଆଇନକାନୁନ କିଛି ବି କରିପାରୁନି । ଘିନୁଆମାନେ ମାଓବାଦୀ ପାଲଟି ଯାଇଛନ୍ତି । ଆଉ ଥାନାକୁ ଯାଉନାହାନ୍ତି । ନିଜେ ନିଜେ ପ୍ରଜାକୋର୍ଟରେ ଦଣ୍ଡ ଦେଉଛନ୍ତି ।
EAN: 9781645606307